ଆରଜି କର ପୀଡିତାଙ୍କ ମୂର୍ତ୍ତି ସ୍ଥାପନ, ସୋଶାଲ ମିଡିଆରେ ତୀବ୍ର ବିରୋଧ

add-all

କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଉ ଏକ ବିବାଦୀୟ ଚିତ୍ର ସାମ୍ନାକୁ ଆସିଛି। ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭୟଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯେଉଁଥିରେ ଦୁଷ୍କର୍ମରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ଜୀବନର ଶେଷ ମୁହୂର୍ତ୍ତର କରୁଣ ପରିସ୍ଥିତିକୁ ଚିତ୍ରିତ କରାଯାଇଛି।
ଶିଳ୍ପୀ ଅସିତ ସାଇନ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହାର ନାଁ ‘ସମୟର କ୍ରନ୍ଦନ’ ରଖାଯାଇଛି। ‘ସମୟର କ୍ରନ୍ଦନ’ ପ୍ରତିମୂର୍ତ୍ତିରେ ପୀଡିତାଙ୍କ ଜୀବନର ଶେଷ ମୁହୂର୍ତ୍ତର ଦୁଃଖ ଏବଂ ଭୟାବହତା ଦର୍ଶାଯାଇଛି ବୋଲି ସେ କହିଛନ୍ତି। ସ୍ଥାପନ ହୋଇଥିବା ଏହି ମୂର୍ତ୍ତିରେ ଜଣେ ମହିଳାଙ୍କ କରୁଣ, କ୍ରନ୍ଦନ ଏବଂ ଭୟଙ୍କର ଚେହେରା ରହିଛି। ଏହାକୁ ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ନିକଟରେ ସ୍ଥାପନ କରାଯାଇଛି।
ଏହି ପ୍ରତିମୂର୍ତ୍ତି ପୀଡିତାଙ୍କର ନୁହେଁ, ବରଂ ସେ ଭୋଗିଥିବା ଯନ୍ତ୍ରଣା ଓ ନିର୍ଯାତନାର ଏବଂ ଚାଲିଥିବା ଆନ୍ଦୋଳନର ପ୍ରତୀକ ବୋଲି ଜଣେ ଜୁନିୟର ଡାକ୍ତର କହିଛନ୍ତି। ତେବେ ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ସୋଶାଲ ମିଡିଆରେ ଘୋର ବିରୋଧ କରାଯାଉଛି। ଏହା ଅସମ୍ମାନିତ ଏବଂ ବିବ୍ରତ କଲା ଭଳି ବୋଲି ଜଣେ ୟୁଜର୍ ଲେଖିଛନ୍ତି।
ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ବାକ୍ୟଶୂନ୍ୟ, କେତେ ଅସମ୍ବେଦନଶୀଳ ହୋଇଛି ଏ ପ୍ରତିମୂର୍ତ୍ତି। ଜଣେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ବୋଲି ମନେ ରଖିବା ପାଇଁ କାହାର ଯନ୍ତ୍ରଣାକୁ ଏପରି ସ୍ମୃତି ତିଆରି କରି ରଖାଯାଏ କି? ମୁଁ ଭାବୁଛି ଏପରି ଘୃଣ୍ୟ ମୂର୍ତ୍ତିକୁ ଭାଙ୍ଗି ଦିଆଯିବ।”

ad-week
Leave A Reply

Your email address will not be published.