ଭୁଶୁଡ଼ିଲା ଶେୟାରବଜାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ

add-all

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହାର ଗଭୀର ପ୍ରଭାବ ପଡ଼ିଛି ଭାରତୀୟ ଶେୟାର ବଜାର ଉପରେ। ଲଗାତାର ୩ୟ ଦିନ ପାଇଁ ଶେୟାର ବଜାର ନିମ୍ନମୂଖୀ ହୋଇଛି। ଗୁରୁବାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଭାରତୀୟ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍‌ସ, ନିଫ୍ଟି ୫୦ ଏବଂ ବ୍ୟାଙ୍କନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ନିବେଶକଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି।
ଗୁରୁବାର ପ୍ରମୁଖ ସୂଚକାଙ୍କା ସେନ୍‌ସେକ୍‌ସ ୧୭୭୦ ପଏଣ୍ଟ ଖସିଆସି ୮୨୪୯୭ ପଏଣ୍ଟରେ ପହଞ୍ଚିଛି। ସେହିପରି ନିଫ୍ଟି ୫୦ ପ୍ରାୟ ୫୪୬ ପଏଣ୍ଟ ହ୍ରାସ ପାଇ ୨୫୨୫୦ ଏବଂ ବ୍ୟାଙ୍କ ନିଫ୍ଟି ୧୦୭୭ ପଏଣ୍ଟ ହ୍ରାସ ପାଇ ୫୧୮୪୫ରେ ପହଞ୍ଚିଛି।
ତେବେ ୫ଟି କାରଣ ଯୋଗୁ ଶେୟାର ବଜାରରେ ଏଭଳି ହ୍ରାସ ଦେଖିବାକୁ ମିଳିଥିବା ଅର୍ଥନୈତିକ ବିଶ୍ଳେଷକମାନେ କହିଛନ୍ତି। ଇରାନ-ଇସ୍ରାଏଲ ବିବାଦ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)ର ନୂଆ ନିୟମ, ବିଦେଶୀ ନିବେଶକଙ୍କ ଅଂଶଧନ ବିକ୍ରି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବୈଶ୍ଵିକ ବଜାରରେ ମାନ୍ଦାବସ୍ଥା ଆଦି କାରଣ ଯୋଗୁ ଯୋଗୁ ଭାରତୀୟ ବଜାର ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.