ଶାରଳାଙ୍କ ପୀଠରେ ବ୍ୟବହାର ହେଉଛି ନିମ୍ନମାନର ଘିଅ, ଫୁଡ଼ ଇନସ୍ପେକ୍ଟରଙ୍କ ଚଢ଼ାଉ

add-all

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ମାଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା । ମାଙ୍କ ନୀତି ପାଇଁ ବ୍ୟବହୃତ ହେଉଥିବା ଘିଅ ଅତି ନିମ୍ନମାନର ବୋଲି ସେ ଅଭିଯୋଗ କରିଛନ୍ତି । ମନ୍ଦିର କର୍ତ୍ତୃପକ୍ଷ ଏହି ଘିଅ ଓମଫେଡରୁ ଆଣୁଥିବା କଥା ବଡପଣ୍ଡାଙ୍କୁ କହିଥିବା ବେଳେ ତାହାର କ୍ବାଲିଟି ଠିକ ନୁହେଁ ଓ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା ।

ଅନୁରୂପ ଭାବରେ ଶ୍ରଦ୍ଧାଳୁ ମାନେ ମଧ୍ୟ ଘିଅ ଦୁର୍ଗନ୍ଧ ହେଉଥିବା ଅଭିଯୋଗ କରିଛନ୍ତି ।  ଭଣ୍ଡାର ଦାୟିତ୍ୱରେ ଥିବା ଭଣ୍ଡାର ସେବକ ମଧ୍ୟ ଘିଅକୁ ନେଇ ଆପତ୍ତି ଉଠାଇଛନ୍ତି । ପାର୍ବଣ ସମୟରେ ସ୍ୱତନ୍ତ୍ର ମଣ୍ଡା ପିଠା ଭୋଗ ପାଇଁ ବହୁ ଦୁରାନ୍ତରରୁ ଶ୍ରଦ୍ଧାଳୁ ମାନେ ଆସୁଥିବା ବେଳେ ଏହି ଦୁର୍ଗନ୍ଧ ଘିଅରେ ଭୋଗ ଲାଗି ହେଲେ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ବଢିବ, ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ ଅଭିଯୋଗ କରିଛନ୍ତି ବଡ଼ପଣ୍ଡା ଓ ଶ୍ରଦ୍ଧାଳୁ । ଶାରଳା ମନ୍ଦିର ଭଣ୍ଡାର ଘର ଉପରେ ଜଗତସିଂହପୁର ଫୁଡ଼ ଇନ୍ସପକେ୍ଟରଙ୍କ ଚଢ଼ାଉ କରିଛନ୍ତି । ଘିଅର ମାନ ଯାଞ୍ଚ ପାଇଁ ଫୁଡ଼ ଇନସ୍ପେକ୍ଟର ସମତେ ୪ଜଣିଆ ଟିମ ନମୁନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି ।

ad-week
Leave A Reply

Your email address will not be published.