କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଖଣ୍ଡା ଚୋଟରେ ଛିଡ଼ିଗଲା ହାତ ପାପୁଲି

add-all

ସମ୍ବଲପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଛି ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। କୌଣସି କାରଣକୁ ଝରାପାଲି ଗାଁରେ ନେଇ ଗଣ୍ଡଗୋଳ ହୋଇଥିଲା। କନଷ୍ଟେବଲ ସରୋଜଙ୍କ ସହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଟିମ୍‌ ଉପରକୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରିଥିଲେ। ସରୋଜଙ୍କ ପାପୁଲିରେ ଆଘାତ ଲାଗିବା ସହ ପାପୁଲି ଅଧା କଟିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.