ଏଥର ରାବଣ ପୋଡ଼ିରେ କଟକରେ ହେବନି ବାଣ ପ୍ରତିଯୋଗିତା

add-all

କଟକ : କଟକରେ ଏଥର ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ସୁରୁଖୁରୁରେ ରାବଣ ପୋଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । କେବଳ ପରିବେଶକୁ ସୁହାଇଲା ଭଳି ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି।
ରାବଣ ପୋଡ଼ି ପାଇଁ କଟକ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ୧୦ ତାରିଖ ଭିତରେ ଏଥିନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସାରିବାକୁ ସିଏମସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ରାବଣ ପୋଡ଼ି ଦେଖିବାକୁ କଟକକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ ଟ୍ରାଫିକର ସୁପରିଚାଳନା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବଧର୍ମ ସାଧାରଣ ପରିଷଦ ପକ୍ଷରୁ ଆଗତ ଇଣ୍ଟର ଭେନିଂ ପିଟିସନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ad-week
Leave A Reply

Your email address will not be published.