୧୨ଟି ଜିଲ୍ଲାକୁ ସତର୍କତା, କୋହଲା ପବନ ସହ ହେବ ବଜ୍ରପାତ

add-all

ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହି ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୋହଲା ପବନ ବହିବା ସହ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ସର୍ବାଧିକ ୮୦.୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୪୩.୨, ବାଲେଶ୍ୱର ଜିଲ୍ଲାର ସୋରୋରେ ୪୩, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ଓ ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୪୨, ଯାମଶୋଳା ଘାଟରେ ୪୦.୪, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୪୦, ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୩୭, କୋରାପୁଟ ଜିଲ୍ଲାର ଜୟପୁରରେ ୩୬.୨ ଏବଂ ବାଲେଶ୍ୱର ଜିଲ୍ଲାର ଔପଦାରେ ୨୭ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି।

ad-week
Leave A Reply

Your email address will not be published.