କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ

add-all

ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା । ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ । ଭବାନୀପାଟଣାରେ ଗତ ୨ ଦିନ ଧରି ଜେରା କରିବା ପରେ ଦେବେନ୍ଦ୍ରଙ୍କ ବିରୋଧରେ ନିଆଯାଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତପ ବିଭାଗ ଚିଠି ଜାରି କରି ରାୟଗଡ଼ା ବନ ତତ୍ତ୍ବବିତ ଡିଭିଜନ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବିତ କରିଛି ।

ନିଲମ୍ବନ ପରେ ଡି.ଏଫ.ଓଙ୍କୁ ଭୁବନେଶ୍ବରସ୍ଥିତ ପି.ସି.ସି.ଏଫ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେବା ସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ  ଦିଆଯାଇଛି। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ଗତକାଲି ରାୟଗଡ଼ା ଡିଏଫଓଙ୍କୁ ଜେରା କରିଥିଲା ପୋଲିସ । ଜେରା ସମୟରେ ମୁହଁ ଖୋଲିଥିଲେ ଡିଏଫଓ ଦେବେନ୍ଦ୍ର ବେହେରା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଫରେଷ୍ଟର ସଂଜୟଙ୍କୁ ବଦଳି କରି ଦେଇଥିବାରୁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି ବୋଲି କହିଥିଲେ ଦେବେନ୍ଦ୍ର ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୮ ତାରିଖରେ ଫରେଷ୍ଟର ସଞ୍ଜୟ  ନାୟକ ଭବାନୀପାଟଣା ସ୍ଥିତ କ୍ୱାର୍ଟର୍ସରେ ଆତ୍ମହତ୍ୟା  କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ ଛାଡ଼ିଯାଇଥିଲେ ସଞ୍ଜୟ। ଏଥିରେ ସେ ଡିଏଫ୍‌ଓ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏହି ଘଟଣାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ମୃତ ଫରେଷ୍ଟରଙ୍କ ଭାଇ ରବି ନାରାୟଣ ନାୟକ ଡିଏଫ୍‌ଓ ବେହେରାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହି ସମୟରେ ପୋଲିସ ଡିଏଫ୍‌ଓ ବେହେରାଙ୍କୁ ଥାନାରେ ହାଜର ହେବା ପାଇଁ ସମନ୍‌ କରିଥିଲା। ହେଲେ ସେ ହାଜର ହେବା ପରିବର୍ତ୍ତେ ଫେରାର ମାରିଥିଲେ। ଏହାରି ଭିତରେ ଡିଏଫ୍‌ଓ ହାଇକୋର୍ଟରେ ଜାମିନ୍‌ ପାଇଁ ଆଗୁଆ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କର ଜାମିନ ଖାରଜ କରି ଅକ୍ଟୋବର ୧୯ ସୁଦ୍ଧା କଳାହାଣ୍ଡି ପୁଲିସ୍ ନିକଟରେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ  ଡିଏଫ୍‌ଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇଥିଲେ ହାଇକୋର୍ଟ ।

ad-week
Leave A Reply

Your email address will not be published.