ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

add-all

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି।

ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ ଆଚାର୍ଯ୍ୟ।

ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ପୋଲିସ ଶୁକ୍ରବାର ଦିନ ଦୁଇ ଭାଇ ବରଦା ପ୍ରସନ୍ନ ଏବଂ ଆନନ୍ଦ ପ୍ରସନ୍ନଙ୍କୁ ଗିରଫ କରିଥିବାବେଳେ ଜଗତସିଂହପୁର ସଦର ପୋଲିସ ଶନିବାର ଦିନ ବଡ଼ଭାଇ ସାରଦା ପ୍ରସନ୍ନଙ୍କୁ ଚଣ୍ଢେଇ ଗ୍ରାମରୁ ଗିରଫ କରିଛି।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ବିଭିନ୍ନ ଧାତୁ, ପିତ୍ତଳ, ନାଗ ମୂର୍ତ୍ତି ସମେତ ପ୍ରାୟ ୫୦ରୁ ଅଧିକ ପୁରାତନ ମୂର୍ତ୍ତି ସେମାନଙ୍କ ଘରୁ ଉଦ୍ଧାର କରିଛି।

ad-week
Leave A Reply

Your email address will not be published.