ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ

add-all

ଇତିହାସ ରଚିବାକୁ ଯାଉଛନ୍ତି ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ମାନବିକ ଅଧିକାର ସାବ୍ୟସ୍ତ କରିବେ। ଅର୍ଥାତ୍ ମହାକାଶରୁ ଦେବେ ଭୋଟ୍।

ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା କହିଛି। ସୁନୀତା ୱିଲିୟମ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ISS)ର କମାଣ୍ଡର ଭାବରେ କାର୍ଯ୍ୟ କରୁଛନ୍ତି। ପୃଥିବୀ ପୃଷ୍ଠରୁ ପ୍ରାୟ 400 କିଲୋମିଟର ଦୂରରୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। 

ତେବେ ମହାକାଶରେ ମହାକାଶଚାରୀଙ୍କ ପାଇଁ ଭୋଟ୍ ଦେବା ଏହା ନୂଆ ନୁହେଁ। 1997 ମସିହାରୁ ଏହା ଚାଲିଆସୁଛି। 1997ରେ ଆମେରିକାର ଟେକ୍ସାସ୍ ବିଧାନସଭା ଏନେଇ ଏକ ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାରକୁ ଅନୁମତି ଦେଇଥିଲା। ଏହି ଭୋଟ୍ ବାଲାଟ୍ ପେପର୍ ମାଧ୍ୟମରେ ହୋଇଥାଏ।  

ଏହା ପୂର୍ବରୁ ଡେଭିଡ ୱଲ୍ଫ ମହାକାଶରୁ ଭୋଟ୍ ଦେଇଥିଲେ। ଏହି ପ୍ରକ୍ରିୟାରେ ସାମିଲ ହେବାରେ ସେ ହେଉଛନ୍ତି ନାସାର ପ୍ରଥମ ମହାକାଶଚାରୀ। ସେ ମିର୍ ସ୍ପେସ୍ ଷ୍ଟେସନରୁ ମତ ସାବ୍ୟସ୍ତ କରିଥିଲେ। ସେହିପରି କାଟେ ରୁବିନ୍ସ ନିକଟରେ 2020 ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଯଦି ସୁନୀତା ୱିଲିୟମ୍ସ ଭୋଟ୍ ଦିଅନ୍ତି, ତେବେ ଏହି ତାଲିକାରେ ସ୍ଥାନ ପାଇବେ। 

ଏଥିପାଇଁ ପ୍ରଥମେ ତାଙ୍କୁ ଫେଡେରାଲ୍ ପୋଷ୍ଟ କାର୍ଡ ଆବେଦନ ପୂରଣ କରିବାକୁ ପଡିବ। ଏହାପରେ ୱିଲିୟମ୍ସ ISS କମ୍ପ୍ୟୁଟର ସିଷ୍ଟମରେ ଇଲେକ୍ଟ୍ରୋନିକ୍ ବାଲାଟ୍ ପେପର୍ ପୂରଣ କରିବେ। ଏହି ଭୋଟ୍ ପ୍ରକ୍ରିୟା ନାସାର ଅତ୍ୟାଧୁନିକ ସ୍ପେସ୍ କମ୍ୟୁନିକେସନ ଏବଂ ନାଭିଗେସନ୍ (SCaN) କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ। 

ପ୍ରକାଶ ଥାଉକି, ସୁନୀତା ୱିଲିୟମ୍ସ ଓ ତାଙ୍କ କ୍ରୁଡମେଟ୍ ବଚ୍ ୱିଲମୋର ଜୁନ୍ ୫ରେ ନାସା ପକ୍ଷରୁ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନ ଯୋଗେ ସ୍ପେଶ୍ ଷ୍ଟେସନରେ ପଦାର୍ପଣ କରିଥିଲେ। 

୫୯ ବର୍ଷୀୟ ୱିଲିୟମ୍ସଙ୍କ ଏହା ଥିଲା ତୃତୀୟ ମହାକାଶ ଯାତ୍ରା। କିନ୍ତୁ ଯାନ୍ତ୍ରୀକ ତ୍ରୁଟି କାରଣରୁ ସେ ସେଠାରୁ ଫେରି ପାରୁନାହାନ୍ତି। ଆସନ୍ତା ବର୍ଷ ଫେବ୍ରୁଆରୀରେ ଉଭୟ ପୃଥିବୀକୁ ଫେରିବେ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ad-week
Leave A Reply

Your email address will not be published.