ତ୍ୱରିତ ଫଇସଲା ହେବ ରାଜସ୍ୱ ପରିଷଦରେ ପଡିଥିବା ମାମଲା

add-all

ଭୁବନେଶ୍ବର : ରାଜସ୍ୱ ପରିଷଦରେ ଦୀର୍ଘ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ହେବ ତ୍ୱରିତ ଫଇସଲା। ରିଭିଜନାଲ୍‌ କୋର୍ଟରେ ତ୍ୱରିତ ଜମିଜମା ରେକର୍ଡ, ପଟ୍ଟା, ନକ୍ସାରେ ସଂଶୋଧନ ସମ୍ପର୍କିତ ମାମଲାର ହେବ ଫୈସଲା। ଏଥିପାଇଁ ପ୍ରତି ସପ୍ତାହରେ ଅତିକମରେ ତିନି ଦିନ ବସିବ କୋର୍ଟ। ନିଯୁକ୍ତ ହେବେ ଆବଶ୍ୟକ ସଂଖ୍ୟକ ଲ’ ଅଫିସର। ରାଜସ୍ୱ ପର୍ଷଦ ସଦସ୍ୟ ସି.ଜେ. ଭେଣୁଗୋପାଳ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଦେଓରଞ୍ଜନ ସିଂଙ୍କ ପକ୍ଷରୁ ହାଇକୋର୍ଟର ଦାଖଲ ସତ୍ୟପାଠରେ ଏହା କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜସ୍ୱ ପରିଷଦ ଅଧୀନରେ ୧ ଲକ୍ଷ ୩୧ ହଜାର ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ପୁରୁଣା ମାମଲାର ହ୍ରାସ ଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ନିର୍ଦ୍ଦେଶକ ଏଲ୍.ଆର୍.ଏସ୍ ପ୍ରମୁଖଙ୍କ ନିୟମିତ ରିଭ୍ୟୁ ମିଟିଂ କରିଛନ୍ତି। ପ୍ରତିଦିନ ୫୦ଟି ପୁରୁଣା ମାମଲାର ଶୁଣାଣି କରିବା ନେଇ ପ୍ରିଜାଇଡିଂ ଅଫିସର ଓ କୋର୍ଟ ଅଫିସର ସୁନିଶ୍ଚିତ କରିବେ ବୋଲି ସତ୍ୟପାଠରେ କୁହାଯାଇଛି। ରାଜସ୍ୱ ପରିଷଦରେ ପଡି ରହିଥିବା ମାମଲା ଗୁଡିକର ତ୍ୱରିତ ଫଇସଲା ପାଇଁ ଦାୟର ଏକ ମାମଲାର ଶୁଣାଣିରେ ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଛି।

ad-week
Leave A Reply

Your email address will not be published.