ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ – ଏସସିବି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର

add-all

କଟକ : ମଙ୍ଗଳବାର ରାଜ୍ୟ ସ୍ଵାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି ଅସ୍ଥି ଭଣ୍ଡାର (ବୋନ ବ୍ୟାଙ୍କ)। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ବଡ଼ ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୋନ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅସ୍ତି ରୋଗ ଚିକିତ୍ସା ଦିଗରେ ଆହୁରି ଉନ୍ନତି ହେବ। ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା କିମ୍ବା ଦୁରାରୋଗ୍ୟରେ ମୃତ୍ୟୁ ଘଟୁଥିଲା ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ ଠାରୁ ମଧ୍ୟ ଅସ୍ତି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଛିତ ରଖାଯାଇ ପାରିବ। ପରେ ଏହି ଅସ୍ତିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ।
ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏସସିବି ମେଡିକାଲରେ ବର୍ଷକୁ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅସ୍ତି ଅସ୍ତ୍ରୋପଚାର କରାଯାଇ ବଦଳ କରାଯାଏ। ଯେଉଁଥିରେ କିଛି ହାଡ଼କୁ ଅଣଦେଖା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସଂଗୃହିତ ଅସ୍ତିକୁ ସଂଗ୍ରହ କରାଯିବ ଓ ଫ୍ରିଜର ମଧ୍ୟରେ ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି ମେଡିକାଲ ଅସ୍ତିଶଲ୍ୟ ବିଭାଗ ମୁଖ୍ୟ ନିର୍ମଳ ମହାପାତ୍ର କହିଛନ୍ତି।

ad-week
Leave A Reply

Your email address will not be published.