ଇକେୱାଇସି ଅପଡେଟ୍‌‌ ସରିଲେ ନୂଆ ରାସନ କାର୍ଡ ବଣ୍ଟନ- ମନ୍ତ୍ରୀ

add-all

ଭୁବନେଶ୍ବର : ରାସନ କାର୍ଡରେ ଇକେୱାଇସି ଅପଡେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨କୋଟି ୩୦ଲକ୍ଷ ଇକେୱାଇସି ଅପଡେଟ୍‌‌ ସରିଲାଣି ଆଉ ୧କୋଟି ଲୋକଙ୍କ ଇକେୱାଇସି ବାକି ରହିଛି। ଆସନ୍ତା ୧୫-୨୦ଦିନରେ ଇକେୱାଇସି ଅପଡେଟ୍‌‌ ଶେଷ ହେବ, ଏହାପରେ ନୂଆ କାର୍ଡ ବଣ୍ଟାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ୨୦୨୮ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ମଧ୍ୟରେ ସେହି ଅନୁପାତରେ ମାଗଣା ଚାଉଲ ଯୋଗାଣ ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.