ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

add-all

ଭୁବନେଶ୍ଵର: ନିର୍ବାଚନ ସରିବାର ପ୍ରାୟ ସାଢେ ତିନି ମାସ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଧାନସଭା ନିର୍ବାଚନରେ ସେ କଟକ-ବାରବାଟୀ ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ।  ଆଉ ଆଜି ବିଜେଡିରୁ ଛାଡିବା ପରେ ପ୍ରକାଶଙ୍କ ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ କାହିଁକି ବିଜେଡି ଛାଡ଼ିଲେ ତାର କାରଣ ଜଣା ପଡ଼ିନାହିଁ। 

ad-week
Leave A Reply

Your email address will not be published.