ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

add-all

ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ।

ଶ୍ରୀଯୁକ୍ତ ପ୍ରଧାନ ବିଜେଡି ଟିକେଟରେ ୨୦୦୪ ଓ ୨୦୦୯ରେ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ସମୟରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡ଼ି ସେ ବିଜେପିରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.