ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସ୍ମାରକପତ୍ର ପ୍ରଦାନ

youtube

ଛତ୍ରପୁର : ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ , ଔଷଧ ବିତରଣ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନ ଜନକ ସ୍ଥାୟୀ ବେତନ ଓ ଭତ୍ତା ପ୍ରଦାନ କରାଯାଇ ନାହିଁ। ଏନେଇ ସୋମବାର ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ, ଆଶା କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇ ନାହିଁ, ସେମାନଙ୍କୁ ମାସିକ ଅଠର ହଜାରଟଙ୍କା ପ୍ରଦାନକରାଯାଉ,ଆଶାକର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା, ଅବସର ଆଶା କର୍ମୀଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ, ମାସିକ ୫ ହଜାର ପେନସନ ଦିଆଯାଉ |

ଏହା ସହିତ ସେମାନେ କହିଛନ୍ତି ଯେ,ଆଶା କର୍ମଚାରୀଙ୍କ ସହଯୋଗରେ ସମଗ୍ର ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖ‌ିବାକୁ ମିଳୁଛି ଯାହା କୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି। ଆଶା କର୍ମଚାରୀଙ୍କ ଦ୍ବାରା ସହଜରେ ଅପ‌ହଞ୍ଚ ସ୍ଥାନରେ ସ୍ବାସ୍ଥ୍ୟ ସୁବିଧାଗୁଡ଼ିକ ଲାଭ ପହଁଚି ପାରିଛି | ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରି ଉଭୟ ସରକାର ଏବଂ ସମାଜ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ମେରୁଦଣ୍ଡ ବୋଲି ବିବେଚନା କରନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସରକାର ସେମାନଙ୍କର ଜୀବିକା ଏବଂ ପରିବାରର ରକ୍ଷଣାବେକ୍ଷଣ ପ୍ରତି ଉପ‌ଯୁକ୍ତ ଧ୍ୟାନ ଦେଉନାହାଁନ୍ତି । କୋଭିଡ ସମୟରେ ଆଶା କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ କାମ କରିଛନ୍ତି । ସମ୍ପୂର୍ଣ୍ଣ ସଜୋଟତା ଏବଂ ନିଷ୍ଠା ସହିତ ସରକାରଙ୍କ ଆଦେଶ ପାଳନ କରି ନିଜକୁ ବିପଦରେ ପକାଇ ସମାଜକୁ କୋଭିଡରୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏଣୁ ଆଶା କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସେମାନେ ଦାବୀ କରିଛନ୍ତି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୁର ସଂଘ ର ଗଞ୍ଜାମ ଜିଲ୍ଲା ସମ୍ପାଦକ ଅର୍ଜୁନ ବେହେରା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ର ସମ୍ପାଦିକା ବବିତା ରାଉତ ଙ୍କ ସମେତ ବହୁ ଆଶା କର୍ମଚାରୀ ମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.