ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର

add-all

ନିଃସର୍ତ୍ତ ନିୟୁଜ : ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର।

ବିଜେତା ଭାବେ ଡାରେନ ଏସ୍‌ମୋଗଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନଙ୍କ ନାମ ଘୋଷଣା କରାଯାଇଛି। ଏହି ତିନି ଜଣଙ୍କୁ ମିଳିତ ଭାବେ ନୋବେଲ ମିଳିବ।ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ ପ୍ରଭାବିତ କରେ ସେ ଉପରେ ଅଧ୍ୟୟନ ପାଇଁ ଏମାନଙ୍କୁ ବିଶ୍ୱର ସର୍ବୋଚ୍ଚ ସମ୍ମାନରେ ନୋବେଲରେ ସମ୍ମାନିତ କରାଯିବ। 

ଆସନ୍ତା ଡିସେମ୍ବର ୧୦ ନୋବେଲ ପୁରସ୍କାରର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଏ। ଚଳିତ ବର୍ଷ ମଧ୍ୟ ମେଡିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି ଭଳି ପାଞ୍ଚଟି କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା ସହିଛି। କେବଳ ଅର୍ଥଶାସ୍ତ୍ରରେ ବାକି ଥିଲା, ଯାହା ଆଜି ଘୋଷିତ ହୋଇଛି। 

ପ୍ରତିବର୍ଷ ଅକ୍ଟୋବର ୭ରୁ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଏ। ଏହା ପରେ ଆଲଫ୍ରେଡ ନୋବେଲଙ୍କ ଜୟନ୍ତୀ ଅବସରରେ ପୁରସ୍କାର ଦିଆଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଏବଂ ନୋବେଲ୍ ମେଡାଲ୍ ଦିଆଯାଏ। 

ad-week
Leave A Reply

Your email address will not be published.