ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦଶଭୂଜା

add-all

ପାପର ବିନାଶ ଘଟିଛି, ସତ୍ୟର ବିଜୟ ହୋଇଛି। ୯ ଦିନ ଧରି ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ଅନେକ ପୂଜା କମିଟି ଭସାଣ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରର କୁଆଖାଇ, ଦୟା ନଦୀ ସମେତ କଟକ କାଠଯୋଡ଼ି ନଦୀରେ ବିସର୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

ସେହିଭଳି ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରିଛି । ଭୁବନେଶ୍ୱରରେ ୫ ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ପରିବେଶ ପ୍ରତି ଧ୍ୟାନ ଦିଆଯାଇ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଅବସରରେ କଟକ ସହରରେ ଧୁମଧାମରେ ଚାଲିଛି ମା’ଙ୍କ ଭସାଣୀ ଶୋଭାଯାତ୍ରା। ମଣ୍ଡପରୁ ମେଢ଼ ଗୁଡ଼ିକୁ ବାହାର କରାଯାଇ ଶୋଭାଯାତ୍ରା କରାଯାଉଛି। କଟକ ସହରର ମୁଖ୍ୟ ରାସ୍ତା ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ମାତାମଠ ଦେଇ ପୁରୀଘାଟ ଦେବୀ ଗଡାରେ ବିସର୍ଜନ କରିବାର ବ୍ୟବସ୍ଥା ହୋଇଛି।

ସେପଟେ, ଭସାଣରେ ପୂଜା କମିଟିମାନେ କମ୍ ସାଉଣ୍ଡରେ ଡିଜେ ବଜାଇ ପାରିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ହାଇକୋର୍ଟ ଅନୁମତି ମୁତାବକ ୬୫ ଡେସିବେଲ୍ ପର୍ଯ୍ୟନ୍ତ ବଜାଇ ପାରିବେ। ତା ଠାରୁ ଅଧିକ ବଜାଇଲେ, ବିକଟାଳ ସାଉଣ୍ଡ୍ କଲେ ଡିଜେ ସିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି।

ad-week
Leave A Reply

Your email address will not be published.