ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ବନ୍ଧା ହେଲେ ୪ ୱେବ୍ ପୋର୍ଟାଲ୍ ସାମ୍ବାଦିକ

add-all

ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି।

ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ ଏହି ନଗଦ ଟଙ୍କା ଲୁଟ୍ ହୋଇଥିବା ନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସର ସୂଚନା ଅନୁଯାୟୀ, ଅଭିଯୋଗ ଆଧାରରେ ସଇଁତଳା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିଲା। ପରେ ୱେବ ଚ୍ୟାନେଲର ୪ ଜଣ ସାମ୍ବାଦିକଙ୍କୁ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା।

ତେବେ ସେମାନଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଏହି ଘଟଣାରେ ଆଠ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଅନ୍ଯମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.