ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା: ପ୍ରସନ୍ନ ପାଟ୍ଟଶାଣୀ

add-all

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅମର ଶତପଥୀଙ୍କ ପରେ ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅମର ଶତପଥୀ ଯେଉଁ କଥା କହିଛନ୍ତି, କିଛି ଖରାପ କହିନାହାନ୍ତି। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ଦଳଗଢ଼ିକି ଛାଡ଼ିଲା ବେଳେ ଦୁଃଖ ଲାଗେ। ଯେତେ ଦିନ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି କ୍ଷମତାକୁ ଆସିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

ସେ ଆହୁରି କହିଛନ୍ତି ଯେ କେବଳ ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରୁ ଏକ ଲୋକପ୍ରିୟ ସରକାର ଚାଲିଗଲା। ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା। ବିଜେପି ଏହାର ସୁଯୋଗ ନେଲା ଓ ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ। ଦଳ କ୍ଷମତାରୁ ଚାଲିଗଲେ କ’ଣ ହୁଏ ଏବେ ତାହା ଜଣାପଡ଼ୁଛି। ଆଗକୁ ବିଜେଡିରେ ପରିସ୍ଥିତି ଭୟାବହ ହେବ।

ad-week
Leave A Reply

Your email address will not be published.