୨୨ ରେ ପୁଣି ଏକ ଲଘୁଚାପ

add-all

ଭୁବନେଶ୍ୱର: ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରି‌ଣତ ହୋଇପାରେ ବୋଲି ଜିଏସଫଏସ ମଡେଲ ଦର୍ଶାଇଛି।

ବଡ଼ ନହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ମଡେଲରେ ଆକଳ କରାଯାଇଛି। ଜିଏସଫଏସ ମଡେଲର ଆକଳନ ଅନୁଯାୟୀ, ସମୂଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ। ଉପକୂଳକୁ ଆସିବା ପରେ ଏହା ଦୁର୍ବଳ ହୋଇଯିବ। କିନ୍ତୁ ଏହାର ପ୍ରଭାବର ଓଡ଼ିଶାରେ ବର୍ଷା ହୋଇପାରେ। ୨୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଲଘୁଚାପ ରୂପ ନେବ । ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ। ଏହା ଉତ୍ତର ବା ଉତ୍ତର ପଶ୍ଚିମକୁ ଗତି କରିବ। ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ। ଯଦି ଏହା ଓଡିଶା ଛୁଇଁବ ତେବେ ଭାରି ବର୍ଷା ହେବ।

ad-week
Leave A Reply

Your email address will not be published.