ଟ୍ରେନ ଧକ୍କାରେ ଆହତ ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତରିତ

add-all

ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆକୁ ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି।

ଗୁରୁତର ଆହତ ହାତୀ ଛୁଆକୁ ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରକରେ ନନ୍ଦନକାନନକୁ ପଠାଯାଇଥିଲା।

ତେବେ ଗତ ସୋମବାର ରାତିରେ ରାଉରକେଲା ନିକଟରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ହାତୀଛୁଆର ମୃତ୍ୟୁ ଘଟିଥିବା ବେଳେ ରାତି ପ୍ରାୟ ୯ଟା ୩୦ମି. ସମୟରେ ରାଉରକେଲା ନିକଟ ହାୱରା-ମୁମ୍ବାଇ ମୁଖ୍ୟ ଲାଇନରେ ଟ୍ରାକ ପାର ହେଉଥିବା ବେଳେ ୨୬ ଟିକିଆ ହାତୀପଲ ମଧ୍ୟରୁ ଦୁଇଟି ହାତୀ ଆହତ ହୋଇଥିଲେ।

ବନ୍ଧମୁଣ୍ଡା ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ଅନ୍ୟ ହାତୀଛୁଆକୁ ଖୋଜିବା ପାଇଁ ବନ ଅଧିକାରୀମାନେ ଉଦ୍ୟମ କରୁଥିବା ନେଇ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.