କାଲି ଶେଷ ହେବ ଇସ୍ରାଏଲ-ହମାସ ଯୁଦ୍ଧ! ନେତାନ୍ୟାହୁ ଦେଲେ ବଡ଼ ଅପଡେଟ୍

add-all

ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଯୁଦ୍ଧ ସାଙ୍ଗ ନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ସହ ଅସ୍ତ୍ରବିରତି କରେ ତେବେ ଆସନ୍ତାକାଲି ସୁଦ୍ଧା ଯୁଦ୍ଧ ଶେଷ ହୋଇଯିବ।

ସୋଶାଲ ମିଡିଆ ଏକ୍ସରେ ଏକ ଭିଡିଓ ଶେଆର କରି ନେତାନ୍ୟାହୁ କହିଛନ୍ତି, “ୟାହୟା ସିନୱାର ମୃତ। ଇସ୍ରାଏଲର ସାହସୀ ସେନା ରାଫାରେ ୟାହୟାକୁ ନିପାତ କରିଛନ୍ତି। ଗାଜାରେ ଯୁଦ୍ଧ ସମାପ୍ତ ହୋଇନଥିଲେ ମଧ୍ୟ ଏହା ଯୁଦ୍ଧ ଶେଷର ଆରମ୍ଭ।”

ସେ ଆହୁରି କହିଛନ୍ତି, “ଗାଜାର ଲୋକଙ୍କୁ ମୁଁ ସରଳ ଭାଷାରେ କହୁଛି ଯେ, ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇପାରେ। ଯଦି ହମାସ ଅସ୍ତ୍ର ଛାଡ଼ିଦିଏ ଏବଂ ଆମ ବନ୍ଧକମାନଙ୍କୁ ଫେରାଇ ଦିଏ ତେବେ ଯୁଦ୍ଧ ଆସନ୍ତାକାଲି ସୁଦ୍ଧା ଶେଷ ହୋଇଯିବ।”

ପ୍ରକାଶ ଥାଉକି, ଗତକାଲି ଇସ୍ରାଏଲ ସେନା ୟାହୟାର ନିପାତ ହୋଇଥିବା ଘୋଷଣା କରିଥିଲା। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ୟାହୟାର ମୃତ୍ୟୁ ଘଟିଥିବା ସେନା ସ୍ପଷ୍ଟ କରିଥିଲା। ଏହାପରେ ମୃତ୍ୟୁ ପୂର୍ବରୁ ୟାହୟାର ଏକ ଭିଡିଓ ମଧ୍ୟ ଜାରି କରିଥିଲା।

ଗତ ବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ କରିଥିବା ଏୟାର ଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ଥିଲା ୟାହୟା। ୟାହୟାର ନେତୃତ୍ୱରେ ହିଁ ହମାସ ଚାଲିଥିଲା। ସେ ଏକ ପ୍ରକାର ହମାସର ମୁଖ୍ୟ ଥିବା କହିଲେ କିଛି ଭୁଲ୍ ହେବନି।

ad-week
Leave A Reply

Your email address will not be published.