କ୍ରିକେଟ୍‌ ବଲ୍‌ ଆଣିବାକୁ ଯାଇ କେନାଲ୍‌ରେ ବୁଡ଼ିଗଲେ ୩ ସାଙ୍ଗ

add-all

ବାରିପଦା : କ୍ରିକେଟ୍‌ ବଲ୍‌ ଆଣିବାକୁ ଯାଇ ସୁବର୍ଣ୍ଣରେଖା କେନାଲ୍‌ରେ ବୁଡ଼ିଗଲେ ୩ ସାଙ୍ଗ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ୩ ସାଙ୍ଗଙ୍କ ବୟସ ୧୨ରୁ ୧୪ ବର୍ଷ ହେବ।
ସାରସକଣା ବ୍ଲକ୍‌ ନୂଆଗାଁର ଶ୍ରୀୟାଂଶୁ ସାହୁ, ମଦନ ସାହୁ ଓ ସାଇଶଙ୍କର ସାହୁ ସୁବର୍ଣ୍ଣରେଖା କେନାଲ ପାଖରେ କ୍ରିକେଟ୍‌ ଖେଳୁଥିଲେ। ଖେଳୁଥିବା ବେଳେ ହଠାତ୍‌ କ୍ରିକେଟ୍‌ ବଲଟି କେନାଲ୍‌ ପାଣିରେ ପଡ଼ିଥିଲା। ଏହା ପରେ ୩ ସାଙ୍ଗ ବଲ୍‌ ଆଣିବା ପାଇଁ ହାତ ଧରାଧରି ହୋଇ କେନାଲ୍‌ ଭିତରେ ପଶିଥିଲେ। ହେଲେ କେନାଲ୍‌ରୁ ବାହାରି ପାରିନଥିଲେ। କେନାଲ୍‌ର ଗଭୀର ପାଣିରେ ତିନି ସାଙ୍ଗ ହାତ ଧରାଧରି ହୋଇ ବୁଡି ଯାଇଥିଲେ।
ତିନି ସାଙ୍ଗଙ୍କ ଚିତ୍କାର ଶୁଣି ଗାଁର କିଛି ଯୁବକ କେନାଲ୍‌ ଭିତରକୁ ଲମ୍ଫ ମାରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ad-week
Leave A Reply

Your email address will not be published.