ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ

add-all

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଅବପାତ ଅବସ୍ଥାରେ ଅଛି। ଗଭୀର ଅବପାତ ହୋଇନାହିଁ। ଆମେ ନିରନ୍ତର ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କରେ ଅଛୁ। ଅନେକ ସମୟରେ ଲଘୁଚାପ ଗତିପଥ ପରିବର୍ତ୍ତନ କରିଥାଏ। ଏଥର ମଧ୍ୟ କ’ଣ ତାହା ଆଗାମୀ ସମୟରେ ଜଣାପଡ଼ିବ। ବାତ୍ୟା ଓ ବର୍ଷା ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି। ବିଭାଗୀୟ ଅଧିକାରୀମାନଙ୍କ ସହିତ କଥା ହୋଇଛୁ। ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ଅଛନ୍ତି। ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ବର୍ଷା ଓ ବିପରିତ ପରିସ୍ଥିତି ପାଇଁ ମୁକାବିଲା କରିବାକୁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ଲୋକଙ୍କ ସହିତ ସରକାର ଓ ପ୍ରଶାସନ ରହିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ଜଣାପଡ଼ିବ। ତେବେ ଏହାର ପ୍ରକୋପ କେତେ ରହିବ ସେନେଇ ସ୍ପଷ୍ଟ ହୋଇନାହିଁ। ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ସମ୍ଭାବିତ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ସ୍ଥିତି ନେଇ ଆସନ୍ତାକାଲି ମନ୍ତ୍ରୀସ୍ତରୀୟ ବୈଠକ ହେବ। ଏହା ପୂର୍ବରୁ ଆଜି ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ଏବଂ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। 

ad-week
Leave A Reply

Your email address will not be published.