ଭୀଷଣ ବାତ୍ୟାର ରୂପ ନେବ ‘ଦାନା’, ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌

add-all

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଭୀଷଣ ରୂପ ନେଇପାରେ ବୋଲି ସତର୍କ କରାଇଲାଣି ପାଣିପାଗ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ପାରାଦ୍ୱୀପ-ବାଲେଶ୍ୱର ମଧ୍ୟରେ ଛୁଇଁପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଏକ ଗ୍ରାଫିକ୍ସ ଚିତ୍ର ଜାରି କରାଯାଇଛି।

ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ଥିବା ବେଳେ ଏବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ବାତ୍ୟା କେଉଁଆଡେ ଯିବ ଗତିପଥ ଉପରେ ପୁରା ନଜର ରଖିଛି କଣ୍ଟ୍ରୋଲ ରୁମ୍‌‌। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଣ୍ଟ୍ରୋଲ ରୁମ୍‌‌ ପୁରା ଯୋଗାଯୋଗରେ ରହିଛି । ଉପକୂଳ ଓଡ଼ିଶା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଏନଡିଆରଏଫ, ଓଡ଼୍ରାଫ୍‌‌ ଓ ଅଗ୍ନିଶମ ଟିମ୍‌‌ ମୁତୟନ ହେବାକୁ ଆଜି ସନ୍ଧ୍ୟାରୁ ଜିଲ୍ଲା ଅଭିମୁଖେ ଗସ୍ତ କରିବେ ଆଇଏସ୍ ।

ad-week
Leave A Reply

Your email address will not be published.