ବାତ୍ୟା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ

add-all

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା ‘ଦାନା’ କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି।

ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍ (ଏନଆରଟିଏସ୍) ଏବଂ ପ୍ରାଇମେରୀ ସ୍କଲାରସିପ୍ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏନଆରଟିଏସ୍ ଲାଗି ପରୀକ୍ଷା ଅକ୍ଟୋବର ୨୩ରେ ହେବାକୁ ଥିବାବେଳେ ଅକ୍ଟୋବର ୨୫ରେ ପ୍ରାଇମେରୀ ସ୍କଲାରସିପ୍ ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା।

ad-week
Leave A Reply

Your email address will not be published.