ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

add-all

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ସହ ସେ ଆଲୋଚନା କରିଛନ୍ତି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବ୍ୟବସାୟୀ ସଂଘକୁ ପରାମର୍ଶ ଦେଇଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ବ୍ୟବସାୟୀ ସଂଘକୁ ଅନୁରୋଧ କରିଛନ୍ତି । ଅନାବଶ୍ୟକ ଭାବେ ଆବଶ୍ୟକତାଠାରୁ ଅଧିକ ଦାମ୍‌ରେ ସାମଗ୍ରୀ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତି ଏବଂ କଳାବଜାରୀ କରୁଥିବା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ବୈଠକରେ ବ୍ୟବସାୟୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଏହାକୁ ଦୂର କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଉଭୟ ବ୍ୟବସାୟୀ ଏବଂ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଦାବି ପୂରଣ କରିବା ଉପରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏତଦ୍‌ବ୍ୟତୀତ ସମ୍ଭାବ୍ୟ ବାତ୍ୟାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ନେଇ ଖାଉଟିମାନଙ୍କ ବିଭିନ୍ନ ଅଭିଯୋଗକୁ ବିଚାରକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମଧୁସୂଦନ ବେହେରା, ନା୍ଫେଡ ଓଡିଶା ରାଜ୍ୟ ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପ ନିର୍ଦ୍ଦେଶକ ଦୀପକ ଶତପଥୀ, ଓଡିଶା ବ୍ୟବସାୟୀ ସଙ୍ଘ ମହାସଚିବ ସୁଧାକର ପଣ୍ଡା, ରାଜ୍ୟ କଞ୍ଚା ପନିପରିବା ମହାଜନ ମହାସଂଘ ସଭାପତି କବିରାଜ ସ୍ୱାଇଁ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.