ବାତ୍ୟା ’ଦାନା’ରେ ବୁଲା ଗାଈଗୋରୁ ଓ ପଶୁଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ଗୁରୁତ୍ୱ

add-all

ଭୁବନେଶ୍ୱର: ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ମତେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲା ସମେତ ଓଡ଼ିଶା ଉପକୂଳର ବିଭିନ୍ନ ଜିଲାରେ ଗଭୀର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲାରେ ବୁଲୁଥିବା ବୁଲା ଗାଈ ଗୋରୁ ଏବଂ ବିଭିନ୍ନ ପଶୁ ମାନଙ୍କର ସୁରକ୍ଷା ଦିଗରେ ଜିଲାପାଳ ଚଞ୍ଚଳ ରାଣା ଗୁରୁତ୍ୱାରୋପ କରିଛନ୍ତି।
ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ନାମା ୧୫୦୪୯ ତା ୨୨.୧୦.୨୦୨୪ ରିଖରେ ଜିଲାର ସମସ୍ତ ପୌର ପରିଷଦ, ପୌର ବିଜ୍ଞାପିତ ଅଞ୍ଚଳ, ଭୁବନେଶ୍ୱର ମହାନଗର ନିଗମ, ଜଙ୍ଗଲ ବିଭାଗ,ପଶୁ ସେବା ବିଭାଗ, ସମସ୍ତ ଇଂଜିନିୟରିଂ ବିଭାଗ ସହ ଜିଲା ପ୍ରଶାସନ ଅଧୀନ ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ଅଧିକାରୀ ମାନଙ୍କୁ ବୁଲା ଗାଈ ଗୋରୁ ଓ ସମସ୍ତ ପଶୁମାନଙ୍କୁ ବାତ୍ୟା ଦାନା ଓ ବର୍ଷାରୁ ସୁରକ୍ଷା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ କ୍ରମେ ଜିଲାପାଳ ଶ୍ରୀ ରାଣା ପ୍ରକାଶ କରିଛନ୍ତି ଯେ ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତଥା ସେମାନଙ୍କ ଅଧୀନରେ ଥିବା ସୁରକ୍ଷା ସ୍ଥାନ, ସର୍ବସାଧାରଣ ଓ ସରକାରୀ ବିଲ୍ଡିଂ, ଗୋଶାଳା, ଗ୍ୟାରେଜ ଗୁଡ଼ିକୁ ଉକ୍ତ ୩ ଦିନ ‘ଦାନା’ର ବାତ୍ୟା ବର୍ଷା ପ୍ରବଣ ଥିବାରୁ ବୁଲା ଗାଈଗୋରୁ, ଷଣ୍ଢ, ଛେଳିମେଣ୍ଢା ଓ ସମସ୍ତ ପଶୁମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ମୁକ୍ତ/ଖୋଲା ରଖିବା ସହ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଅଧିକାରୀମାନଙ୍କ ଏହି ମହତ ପଦକ୍ଷେପ ବୁଲା ଗାଈ ଗୋରୁ ଏବଂ ସମସ୍ତ ପଶୁ ମାନଙ୍କୁ ତାଙ୍କ ଜୀବନ ବଞ୍ଚାଇବା ରେ ଆମେ ସକ୍ଷମ ହେବାସହ ପ୍ରତ୍ୟେକ ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଶୂନ୍ୟ ପଶୁ ମୃତ୍ୟୁ ହାର ବଜାୟ ରଖିବାକୁ ଜିଲାପାଳ ଚଞ୍ଚଳ ରାଣା ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି।

ad-week
Leave A Reply

Your email address will not be published.