ବହୁ ଚର୍ଚ୍ଚିତ ପ୍ରତାପ ପୋଲାଇ ହତ୍ୟା କାଣ୍ଡର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…

add-all


ଭୁବନେଶ୍ୱର: ଗତ ୨୦୧୭ ମସିହା ନଭେମ୍ବର ମାସ ୬ ତାରିଖ ରେ ଏକ ଘରୋଇ ବସ ରେ ଆସିକା ରୁ ବ୍ରହ୍ମପୁର ଯାଉଥିଲେ ପାକଲା ପଲ୍ଲୀ ର ପ୍ରତାପ ଚନ୍ଦ୍ର ପୋଲାଈ।କରେଞ୍ଜେଇ ନିକଟରେ କିଛି ଯୁବକ ପ୍ରତାପ ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ସେତେବେଳେ ଏହି ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଚଳନ୍ତା ବସରେ ପ୍ରଥମ ଥର ଯାତ୍ରୀ ମାନଙ୍କ ସମ୍ମୁଖରେ ଏଭଳି ଗୁଳି କାଣ୍ଡ ହୋଇଥିଲା। ଶୁକ୍ରବାର ଦିନ ଏହି ଘଟଣା ରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବା ସମସ୍ତ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ ହୋଇଛନ୍ତି। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ମାନ୍ୟବର ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ରାୟ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଆସିକା ସହର କିଛି ବର୍ଷ ପୂର୍ବେ ସାରା ରାଜ୍ୟରେ ଅପରାଧ ପ୍ରବଣ ରୂପେ ପରିଚିତ ଥିଲା। ଆସିକା ଅଞ୍ଚଳ ରେ ପୂର୍ବରୁ ମଦ ବ୍ୟବସାୟ କୁ ନେଇ ବହୁ ମୁଣ୍ଡ ଗଡ଼ିଥିବାର ନଜିର ରହିଛି। ଯେ କୌଣସି ଘଟଣା ଘଟିଲେ ଏଠାରେ କଥା କଥାକେ ମାଉଜର କଥା କୁହେ ବୋଲି ସାଧାରଣ ରେ ଆଲୋଚନା ହୁଏ।ଗଞ୍ଜାମ ଜିଲ୍ଲାରେ ଅଧିକାଂଶ କରି ମାଉଜର ରେ ମୁଣ୍ଡ ଗଡ଼ିବା ପରେ ଚା ଖଟିରେ ଚର୍ଚ୍ଚା ହୁଏ ମାଉଜର ଠୁସ କେଶ ଫୁସ ବୋଲି।

ad-week
Leave A Reply

Your email address will not be published.