ବାରହା ଶିକାର କଲା ବାଘୁଣୀ ‘ଯମୁନା’

add-all

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର କରିଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।

ସେ କହିଛନ୍ତି, ଯମୁନାର ଗତିବିଧି ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖା ଯାଇଛି। ସେ ଏବେ ସୁସ୍ଥ ଆଉ ଶାନ୍ତ ରହିଥିବା ଜଣାପଡ଼ିଛି। ତା ପାଇଁ ଏନକ୍ଲୋଜର ଭିତରେ ହରିଣ ଆଉ ବାରହା ଛଡା ଯାଇଥିବା ବେଳେ ସେ ବାରହା ଶିକାର କରି ଖାଉଥିବା କ୍ୟାମେରାରେ କଏଦ ହୋଇଛି। ଖାଇବା ପରେ ପାଣି ମଧ୍ୟ ପିଇଥିଲା।

ତେବେ ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ତା ପରଦିନ ୨୯ ତାରିଖରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟର ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ଛଡା ଯାଇଥିଲା।

ad-week
Leave A Reply

Your email address will not be published.