ବେଆଇନ ବାଲିଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ…

ମାଫିଆ ଙ୍କୁ ଘଣ୍ଟ ଘୋଡ଼ାଉ ଥିଲା ପ୍ରଶାସନ..!!

add-all

ପ୍ରଶାସନର କାମ କରିଲେ ଅଲାଡ଼ି ଗାଁ ଗ୍ରାମବାସୀ…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଥିବା ତହସିଲ ଅଞ୍ଚଳରୁ ଦିନ ଦାହାଡ଼େ ବାଲି ଲୁଟ ହେଉଛି। ନଦୀ ନିକଟରେ ଥିବା ଗ୍ରାମବାସୀ ରାଜସ୍ୱ, ଖଣି ଓ ପୋଲିସ ବିଭାଗକୁ ଖବର ଦେଇ ଦେଇ ନୟାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଶେଷରେ ଆଜି ପୁରୁଷୋତ୍ତମପୁର ଅଲାଡ଼ି ଗାଁ ବାଲି ଘାଟରୁ ବେଆଇନ ବାଲି ଚାଲାଣ ଗାଡ଼ିଗୁଡ଼ିକୁ ଗ୍ରାମବାସୀ ଅଟକ ରଖିଛନ୍ତି। ଘଟଣା ସ୍ଥଳରେ ଶାସକ ଦଳର କୁଜି ନେତା ପାହଞ୍ଚି ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ଚାପ ପକାଉଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ନିକଟରେ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିଲେ ବି ବାଲି ମାଫିଆ ମାନେ ଖାତିର କରୁଥିବା ଜଣାପଡିଛି। ଏପଟେ ପ୍ରଶାସନ ର କାମ ଗ୍ରାମବାସୀ କରିଲେ ବି ଦଲାଲ ମାନେ ପ୍ରଶାସନ କୁ ଓ ଲୋକଙ୍କୁ ଖୁଲାମ ଖୁଲା ଧମକ ଦେଉଥିବା ଚର୍ଚ୍ଚା ହେଉଛି। ଦେଖାଯାଉ ସ୍ଥାନୀୟ ତହସିଲଦାର କଣ ପଦକ୍ଷେପ ନେଉ ଛନ୍ତି ଦେଖିବାକୁ ବାକି ରହିଲା। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଯେଉଁ ଭଳି ଚୋରା ବାଲି ଚାଲାଣ ହେଉଛି, ଏହା ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି ବୋଲି ଲୋକେ କହିଲେଣି।

ad-week
Leave A Reply

Your email address will not be published.