ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ

ଅନୁଗୁଳୁ: ଜଳିଗଲା ମାର୍କେଟ । ଅନୁଗୁଳୁ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିପୋଡ଼ି ପାଉଁଶ ହୋଇଯାଇଛି ୨୦ରୁ ଅଧିକ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ପନିପରିବା , ଦୁଇଟି ବାଇକ ସହ ଇଲେଟ୍ରୋନିକ ସରଞ୍ଜାମ । ସଂଜୀବନୀ ମାର୍କେଟ ନିକଟରେ ଥିବା ଅନୁଗୋଳ ପୌରପାଳିକାର ପରିବା ମାର୍କେଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଅଗ୍ନିଶମ ବିଭାଗର ଦୁଇଟି ଟିମ ପହଂଚି ନିଆ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହୀନି ।

ସେହିପରି ପିପିଲିରେ ପରିବା ମାର୍କେଟ ପୋଡିଦେଇଛନ୍ତି ଦୁର୍ବୃତ୍ତ । ଫଳରେ ଲକ୍ଷ ଲକ୍ଷ ଟଙ୍କାର ପନିପରିବା ପାଉଁଶ ହୋଇ ଯାଇଛି। ଗତକାଲି ରାତିରେ ପୁରୀ ଜ଼ିଲ୍ଲା ହାଟ ଡେଲାଙ୍ଗରେ ଏହି ଅଘଟଣ ଘଟିଛି। ବ୍ୟବସାୟ ସାରି ବେପାରୀମାନେ ନିଜ ନିଜ ସ୍ଥାନରେ ପରିବା ରଖି ଘରକୁ ଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.