କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ

add-all

କଟକ: କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ। କଟକରେ କାଳୀ ମେଢ଼ ଭଷାଣ ବେଳେ ଦୁଇଗୋଷ୍ଠୀ ମୁଁହାମୁହିଁ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲା ପଥର ସହ କାଚ ବୋତଲ ମାଡ ହୋଇଛି।

ସୂଚନା ମୁତାବକ, କଟକ ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ କାଳୀ ଭଷାଣୀ ବେଳେ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ମେଢ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ପରସ୍ପରକୁ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗିଥିଲେ । ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ ଟି‌ ବାଇକ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ତେବେ ଗଣ୍ଡଗୋଳର ପ୍ରକୃତ‌ କାରଣ ଜଣାପଡ଼ିନଥିବାବେଳେ ଲାଲବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.