ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ

add-all

ବାରିପଦା: ଚନ୍ଦକା ଅଞ୍ଚଳରୁ ସ୍ଥାନାନ୍ତରିତ ହେବାର ପ୍ରାୟ ୬ ମାସ ପରେ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ ଘଟିଛି।

ପ୍ରାୟ ୬୦ ବର୍ଷ ବୟସର ଏହି କୁମକି ହାତୀଟି ସ୍ଥାନାନ୍ତରିତ ପରେ ଅସୁସ୍ଥ ହୋଇପଡିଥିଲା। ବନ ବିଭାଗର ଅଧିକାରୀ କହିଛନ୍ତି ଯେ ଶିମିଳିପାଳ ଜଙ୍ଗଲ ବିଭାଗ ଅଧୀନରେ ଥିବା ଜେନାବିଲ ଫରେଷ୍ଟ ରେଞ୍ଜକେ ଚିକିତ୍ସିତ ହେଉଥିବାବେଳେ ହାତୀଟି ମୃତ୍ୟୁ ବରଣ କରିଛି।

ଉଲ୍ଲେଖଯୋଗ୍ୟ, ଯଶୋଦାକୁ ପ୍ରାୟ ୬ମାସ ପୂର୍ବେ ଭୁବନେଶ୍ୱର ନିକଟ ଚନ୍ଦକା ଜଙ୍ଗଲରୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଶିମିଳିପାଳରେ ହାତୀ ଅସୁସ୍ଥ ହୋଇପଡିଥିଲା। ତେବେ ସେ ଦୀର୍ଘ ତିନି ମାସ ଧରି ଚିକିତ୍ସାଧୀନ ରହିଥିଲା ବୋଲି ଜଣାପଡିଛି। ବହୁ ପ୍ରଚେଷ୍ଟା ସତ୍ବେ ପ୍ରାଣୀ ଚିକିତ୍ସକମାନେ ତାକୁ ବଞ୍ଚାଇ ପାରିନଥିଲେ।

ad-week
Leave A Reply

Your email address will not be published.