କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ବସିଲା ଆଣ୍ଟି ରାଗିଂ କମିଟି ବୈଠକ

add-all

କଟକ : ବ୍ରହ୍ମପୁର ଏମକେସିଜି ପରେ ଏବେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ। ଏମ୍‌ବିବିଏସ୍‌ ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷ ଛାତ୍ର। ଅଭିଯୋଗକୁ ଗ୍ରହଣ କରି ଏସ୍‌ସିବି ଆଣ୍ଟି ରାଗିଂ କମିଟିର ବୈଠକ ବସିଛି। ଅଭିଯୋଗକାରୀ ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଆରମ୍ଭ ହୋଇଛି ତଦନ୍ତ।

ପ୍ରକାଶ ଥାଉ, ଏହା ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ହୋଇଥିବା ରାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଠାରେ ଏମ୍‌ବିବିଏସ୍‌ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

ଏହାପରେ ରାଗିଂରେ ସଂପୃକ୍ତ ୫ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମେଡିକାଲ କଲେଜ କର୍ତ୍ତୃପକ୍ଷ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମେଧାବୃତ୍ତି, ଫେଲୋସିପ୍ ଓ ଅନ୍ୟାନ ସୁବିଧାସୁଯୋଗ ମଧ୍ୟ ମିଳିବନି ବୋଲି ଆଣ୍ଟି ରାଗିଂ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ad-week
Leave A Reply

Your email address will not be published.