ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

add-all

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।

ଏକ ବିଲ୍‌ ପାସ କରିବା ପାଇଁ ଅଶୋକ ଠିକାଦାରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଠିକାଦର ଜଣଙ୍କ ଏସମ୍ପର୍କରେ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଆଜି ସକାଳେ ଜେଇ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଭିଜିଲାନ୍ସ ପ୍ରସ୍ତୁତ ଥିଲେ। ଏହି ସମୟରେ ଜେଇଙ୍କୁ ମାଡିବସିଲା ଭିଜିଲାନ୍ସ।

ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି। ଏବେ ବି ଜାରି ରହିଛି ଯାଞ୍ଚ।

ad-week
Leave A Reply

Your email address will not be published.