ଚର୍ଚ୍ଚାରେ ଟ୍ରମ୍ପଙ୍କ ଡେପୁଟି ଓ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା

add-all

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ବୃହତ୍ତ ବ୍ୟବଧାନରେ ହରାଇବାକୁ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି।

ଟ୍ରମ୍ପ ବିଜୟୀ ହେବା ନିଶ୍ଚିତ ହୋଇଥିବାରୁ ସେ ଆଜି ଫ୍ଲରିଡାର ପାଲମ ବିଚ କାଉଣ୍ଟୀ କନଭେନସନ ସେଣ୍ଟରରେ ନିଜ ସମର୍ଥକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ତାଙ୍କ ଡେପୁଟି ଅର୍ଥାତ ଆମେରିକାର ଉପ ରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସଙ୍କୁ ପ୍ରଶଂସା କରିଛନ୍ତି।

ଟ୍ରମ୍ପଙ୍କ ବିଜୟରେ ଭାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାନ୍ସଙ୍କ ବ୍ୟତୀତ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷାଙ୍କୁ ମଧ୍ୟ ଟ୍ରମ୍ପ ‘ସୁନ୍ଦର ପତ୍ନୀ’ କହିଛନ୍ତି।

ସେ କହିଛନ୍ତି, “ଆମେରିକାର ଆମକୁ ଅଦ୍ଭୂତ ପୂର୍ବ ଓ ଶକ୍ତିଶାଳୀ ଜନାଦେଶ ଦେଇଛି। ମୁଁ ପ୍ରଥମ ବ୍ୟକ୍ତି ଭାବେ ଏବେ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ବର୍ତ୍ତମାନ ମୁଁ ତାଙ୍କୁ ନିର୍ବାଚିତ ଉପ ରାଷ୍ଟ୍ରପତି ଜେଡି ଭାନ୍ସ କହିପାରିବି। ତାଙ୍କର ଅତୁଳନୀୟ ଓ ସୁନ୍ଦର ପତ୍ନୀ ଉଷା ଭାନ୍ସଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି।”

ଏହି ବିଜୟୀ ଭାଷଣ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ଷ୍ଟେଜ ଉପରେ ଭାନ୍ସ ଓ ଉଷା ମଧ୍ୟ ଉପସ୍ଥିତ ରହିଥିଲେ। ଟ୍ରମ୍ପ ୪୦ ବର୍ଷୀୟ ଭାନ୍ସଙ୍କୁ ଉତ୍ସାହି ବ୍ୟକ୍ତି ଭାବେ ଆଖ୍ୟା ଦେଇଛନ୍ତି।

ସେ କହିଛନ୍ତି, “ଜେଡି ଭାନ୍ସ ଜଣେ ଉତ୍ସାହି ବ୍ୟକ୍ତି। ସେ କ’ଣ ନୁହନ୍ତି? ମୁଁ ତାଙ୍କୁ କହିଥିଲେ ଯେ ତୁମେ ଶତ୍ରୁର କ୍ୟାମ୍ପକୁ ଯାଅ। ଆପଣମାନେ ଜାଣିଛନ୍ତି ଯେ ଶତ୍ରୁ ପକ୍ଷର କ୍ୟାମ୍ପରେ ଅନେକ ନେଟୱର୍କ ରହିଛି। ତଥାପି ଭାନ୍ସ କହିଥିଲେ ଯେ ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ସେ ଆଗକୁ ଯିବାକୁ ବେଶ ଉତ୍ସାହ ଦେଖାଇଥିଲେ। ସେ ସେଠାକୁ ଯାଇଥିଲେ ଓ ଶତ୍ରୁ ପକ୍ଷକୁ ଛିନଛତ୍ର କରି ଦେଇଛନ୍ତି।”

ଜେଡି ଭାନ୍ସ ଉପ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ତାଙ୍କ ପତ୍ନୀ ଆମେରିକାର ଦ୍ୱିତୀୟ ମହିଳାର ଆଖ୍ୟା ପାଇବେ। ସେ ପ୍ରଥମ ଅଣ ଶ୍ୱେତ ଆମେରିକୀୟ ଭାବେ ଦ୍ୱିତୀୟ ମହିଳା ହେବାର ରେକର୍ଡ କରିବେ।

ଉଷାଙ୍କ ଘର ଆନ୍ଧ୍ର ପ୍ରଦେଶର ବାଦଲୁରୁ ଗାଁରେ। ଉଷା ଆମେରିକାର ୟାଲେ ଆଇନ ସ୍କୁଲରେ ପଢ଼ିବା ବେଳେ ଭାନ୍ସଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟ ୨୦୧୪ରେ ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ରହିଛନ୍ତି।

ad-week
Leave A Reply

Your email address will not be published.