ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ

add-all

ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ସାକ୍ଷାତ କରିଛନ୍ତି। ସାକ୍ଷାତକାର ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ ।

ବିଦେଶରେ ଆମ ଓଡ଼ିଆ ଲୋକମାନେ ଉଚ୍ଚ ପଦପଦବୀରେ କାର୍ଯ୍ୟ କରୁଥିବା ଦେଖି ଖୁବ୍ ଖୁସି ଲାଗୁଥିବା ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ସାକ୍ଷାତ ସମୟରେ ନ୍ୟୁଜିଲ୍ୟାଣ୍ଡରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ଭିତ୍ତିକ ଏକ ଆଲୋଚନା ହୋଇଥିଲା। ଶ୍ରୀ ସେଠୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନ୍ୟୁଜିଲ୍ୟାଣ୍ଡ ଆସିବାକୁ ନିମନ୍ତ୍ରଣ କରିବା ସହ ଓଡ଼ିଶା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କୃଷି କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.