ମିସ୍‍ ଟିନ୍‍ ୟୁନିଭର୍ସ ମୁକୁଟ ହାତେଇଲେ କିଟ୍‍ ଛାତ୍ରୀ ତ୍ରିଷ୍ଣା ରାୟ

add-all

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବାଜିମାତ କରିଛନ୍ତି। ଏହା ସହ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି।

କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ର ଛାତ୍ରୀ ତ୍ରିଷ୍ଣା ଏହି ଟାଇଟଲ୍‍ ହାସଲ କରି କିଟ୍‍ ତଥା ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି।

ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। କର୍ଣ୍ଣେଲ୍‍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଦୀର୍ଘଦିନରୁ ପ୍ରୟାସ କରୁଥିଲେ। ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ।

ତେବେ ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି। ତ୍ରିଷ୍ଣାଙ୍କ ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ad-week
Leave A Reply

Your email address will not be published.