ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

add-all

କଟକ : କଟକ ମହାନଦୀ ଘାଟରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। କାଳିଆବୁଦା ନିକଟ ମହାନଦୀ ଘାଟରୁ ମିଳିଛି ନାବାଳକଙ୍କ ମୃତଦେହ। ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ। ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।
ପୁଲିସ ସୂଚନା ଅନୁସାରେ ମୃତ ଛାତ୍ର ମଙ୍ଗଳାବାଗସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ତେବେ କାଲି ସେ ସ୍କୁଲ ଯାଇନଥିଲେ। ଘରୁ ସାଇକେଲ ଧରି ଛାତ୍ରଜଣକ ବାହାରକୁ ଯାଇଥିଲେ। ହେଲେ ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ପରିବାର। ରାତିରେ ପୁଲିସ ବହୁ ଖୋଜାଖୋଜି କରିବା ସହ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।
ଆଜି ମହାନଦୀରୁ ଛାତ୍ର ଜଣଙ୍କର ମୃତଦେହ ଠାବ କରାଯାଇଛି। ମୃତଦେହ ମିଳିଥିବା ସ୍ଥାନରୁ ଛାତ୍ରଙ୍କ ସ୍କୁଲ ମଧ୍ୟ ଅତି ନିକଟରେ। ସେ କାଲି ସ୍କୁଲ ଆସିନଥିଲେ ମଧ୍ୟ ସାଇକେଲ ଧରି କଣ ପାଇଁ ଘରୁ ବାହାରକୁ ଆସିଥିଲେ, ତାଙ୍କର କିଭଳି ମୃତ୍ୟୁ ହେଲା ଓ ମୃତଦେହ କିପରି ମହାନଦୀରେ ପଡ଼ିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.