ମାଲକାନଗିରିରେ ଜଙ୍ଗଲ ଜମି ହଡ଼ପ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା NGT

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁରେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମି ହଡ଼ପ ଅଭିଯୋଗ ଘଟଣାରେ ନିଜ ଆଡ଼ୁ ମାମଲା କରିଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ। କିପରି ଏହି ହଡ଼ପ ଜମିରେ ଏକ ନଗର ତିଆରି ହେଲା, ସେନେଇ ନୋଟିସ କରିଛି NGT।
ଜଙ୍ଗଲ ଜମିରେ କିପରି ରାସ୍ତା, ବିଲ୍ଡିଂ ଓ ତାର ବାଡ଼ ନିର୍ମାଣ ହେଲା ପଚାରିବା ସହିତ, ମନରେଗା ସମେତ ବିଭିନ୍ନ ସରକାରୀ ଯୋଜନା ଅର୍ଥରେ ଏହି ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ। ଏନେଇ ପିସିସିଏଫ୍, ଜଙ୍ଗଲ ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ନୋଟିସ୍ କରାଯାଇଛି। ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଅତିକମରେ ଏହାର ସପ୍ତାହେ ପୂର୍ବରୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି NGT।
ସୂଚନାଯୋଗ୍ୟ, ମୋଟୁର ଏହି ଜମି ହଡ଼ପ ଘଟଣାକୁ ନେଇ କିଛି ଦିନ ତଳେ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ପୂର୍ବ ସରକାରଙ୍କ ଅନୁକଂପାରେ ଏହି ଜମି ହଡ଼ପ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ, ଏହାକୁ ଖଣ୍ଡନ କରିଥିଲା ବିଜେଡି।

ad-week
Leave A Reply

Your email address will not be published.