ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭଦ୍ରକ: ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ। ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା ଚିତ୍ତ ରଞ୍ଜନ ରାଉତ। ଗତକାଲି ରାତିରେ ଗାଁରେ ଆୟୋଜିତ ଏକ ଅଷ୍ଟପ୍ରହରୀ ଦେଖିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଫୋନ୍ କରିଥିଲେ ବି କିଛି ଖବର ମିଳିନଥିଲା।

ତେବେ ସେ ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସକାଳୁ ଘରଠାରୁ କିଛି ଦୂରରେ ଥିବା ବିଲର ଏକ ନାଳରୁ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡର ପଛ ପଟେ ଗଭୀର କ୍ଷତ ରହିଛି। ଏନେଇ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.