ଡଙ୍ଗା ଭସାବେଳେ ଚାଲିଗଲା ନାବାଳିକାଙ୍କ ଜୀବନ

add-all

ମାଲକାନଗିରି: ଡଙ୍ଗା ଭସାଇବା ବେଳେ ଅଘଟଣ । ଡଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ୟୁ । ମୃତକ ହେଉଛନ୍ତି ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ୧୨ ବର୍ଷିୟ ସାବିତ୍ରୀ ହନ୍ତାଳ ।

ସୂଚନା ଅନୁସାରେ, ଆଜି ସକାଳୁ ସାଙ୍ଗମାନଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ ସାବିତ୍ରୀ । ସେଠାରେ ଡଙ୍ଗା ଭସାଇବା ସହ ସାଙ୍ଗ ମାନଙ୍କ ସହ ଅନ୍ୟ ଡଙ୍ଗା ଗୁଡିକରୁ ଟଙ୍କା ସଂଗ୍ରହ କରିବା ପାଇଁ ପୋଖରି ଭିତରକୁ ଯାଇଥିଲେ । ଟଙ୍କା ସଂଗ୍ରହ କରୁଥିବା ବେଳେ ହଠାତ୍ ସାବିତ୍ରୀଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଭୟରେ ଦୌଡ଼ି ପଳାଇଥିଲେ। କିନ୍ତୁ ଏନେଇ କାହାରିକୁ କିଛି କହିନଥିଲେ। ଅନେକ ସମୟ ପରେ ସାବିତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ବେଳେ ସେ ପୋଖରିରେ ତାଙ୍କର ମୃତଦେହ ଭାଷୁଥିବା ବେଖିବାକୁ ପାଇଥିଲେ ।

ad-week
Leave A Reply

Your email address will not be published.