ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା: ମୁଖ୍ୟମନ୍ତ୍ରୀ

add-all

ପାରାଦୀପ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପତାକା ଦେଖାଇ କଲେ ଶୁଭାରମ୍ଭ। ଏହି ଅବସରରେ ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରାକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଉଦ୍‌ଘାଟନ ଅବସରରେ ପାରାଦୀପବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ଆମ ମାନଙ୍କ ପାଇଁ ପ୍ରେରଣା । ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ବୈଭବଶାଳୀ ହୋଇଥିଲା । ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ ।

ଗତ ୨୩ ବର୍ଷ ଧରି ଏହି ଉତ୍ସବ ଆଡମ୍ବର ସହ ପାଳନ ହେଉଛି ପାରାଦୀପର ଏହି ବୋଇତ ବନ୍ଦାଣ ଉତ୍ସବ । ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା’ । ବାଣିଜ୍ୟ ପାଇଁ ଜଳଯାତ୍ରା କରି ଜାଭା, ସୁମିତ୍ରା, ବର୍ଣ୍ଣିଓ ଯାଉଥିଲେ ସାଧବ ପୁଅ । ନୌବାଣିଜ୍ୟରେ ଭାରତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ପାରାଦୀପ ବୋଇତ ବନ୍ଦାଣ ବିଶ୍ଵ ଐତିହ୍ୟର ସମ୍ପନ  । ଯାହା ଆମ ଉତ୍କଳ ର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିରଖିଛି। ଯାହାର ସ୍ମୃତି କୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ । ଏଥିଲାଗି ପ୍ରସ୍ତୁତି ପ୍ରାୟ ୧ ମାସ ପୂର୍ବରୁ ଚାଲିଥାଏ  ।

ad-week
Leave A Reply

Your email address will not be published.