ପରକୀୟା ପ୍ରିତି: ମାଆ ଆଗରେ ପୁଅଝିଅଙ୍କୁ ଚେଙ୍କ ଦେଲା ପ୍ରେମିକ

add-all

ଭୁବନେଶ୍ବର: ରାଜଧାନୀର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ମହାବୀର ନଗର ବସ୍ତି ଅଞ୍ଚଳରୁ ନଜରକୁ ଆସିଛି ଛାତିଥରା ଘଟଣା। ବାପାର ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ସମ୍ପର୍କ ରଖିଥିଲା। ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା ଯୁବକଜଣକ। ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ ।

ଏଘଟଣାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଇଥିଲା ମାଆ। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ତୁରନ୍ତ ଦୁଇପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି। ଏହାସହ ମାଆକୁ ଅଟକ ରଖି ଜେରା କରୁଛି। ତେବେ ଫେରାର ହୋଇଯାଇଛି ପ୍ରେମିକ। ଏଣେ ପ୍ରେମିକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୁଲିସ।

ad-week
Leave A Reply

Your email address will not be published.