ବାଘ ଛାଲ ଜବତ, ୩ ବେପାରୀ ଅଟକ

add-all

ବାଙ୍ଗିରିପୋଷି :  ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର। ବନ ବିଭାଗ କୌଣସି ସୂତ୍ରରୁ ବାଘ ଛାଲ ବିକ୍ରି ହେଉଥିବାର ଖବର ପାଇ ବାଲିଖଣି ଗାଁ ରେ ଚଢ଼ାଉ କରିଥିଲେ।  ୪ ଜଣ ବ୍ୟବସାୟୀ ଦୁଇଟି ବାଇକରେ ଜଙ୍ଗଲରୁ ବାଘଛାଲ ନେଇ ବିକ୍ରି କରିବା ପାଇଁ ଯାଉଥିବାବେଳେ ବନ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏବଂ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

କିନ୍ତୁ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ତେବେ ଏହି ବାଘକୁ କେଉଁଠି ଶିକାର କରା ଯାଇଛି ଏବଂ ଏଥିରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି,  ସେ ନେଇ ଉଚ୍ଚ ଅଧିକାରୀ ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.