ରାୟଗଡ଼ାରେ ଚାଞ୍ଚଲ୍ୟ: ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ବିକ୍ରି କଲେ ଦମ୍ପତି

add-all

ରାୟଗଡ଼ା: ଦାରିଦ୍ର୍ୟ ଯୋଗୁଁ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରି କଲା ମାଆ । ୨୦ ହଜାର ଟଙ୍କାରେ ବିକ୍ରିକଲା ମାଆ । ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଡବ୍ଲୁସି । ଚଳିତ ମାସ ଅର୍ଥାତ ୩.୧୧.୨୪ ରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧.୧୧.୨୪ ରେ ବିକ୍ରି କରିଥିଲା ମାଆ। ବିକ୍ରି ହୋଇଥିବା ଶିଶୁକନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ସୂଚନା।

ପିଲା ଜନ୍ମ ହବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା।
ମିଳିଥିବା ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ବର୍ଷର ଏକ ଶିଶୁକନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ । ସେଥିରେ ପୁଣି ଶିଶୁକନ୍ୟାକୁ ପୋଷିବା ଆହୁରି କଷ୍ଟକର । ଅନ୍ୟପଟେ ଆମକୁ ରାସନକାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନି। ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଉଛୁ ବୋଲି କହିଛନ୍ତି ମାଆ ବାପା ।

ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା। ଏହି ଘଟଣା ନେଇ ଖବର ପାଇବା ପରେ ନୂଆପଡା ସାହିରେ ପହଞ୍ଚି ସିଡବ୍ଲୁସି ର ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସି ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।

ad-week
Leave A Reply

Your email address will not be published.