ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର

add-all

ପୋଢୁଆଁ ହେବେ ବଡ଼ ଠାକୁର। ଏଥିପାଇଁ ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୁରୀ ଯାଇଛି ପୋଢୁଆଁ ଭାର।

ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଓ ଦୟଣା ତୁଳସୀ ଭାରରେ ରହିଛି। ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ଭାଗ ନେଇ ପାଛୋଟି ନେଇଛନ୍ତି ପୋଢୁଆଁ ଭାରକୁ। ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲି ପଡ଼ୁଛି ପ୍ରଥମାଷ୍ଟମୀ। ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଥାଏ। ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା କରାଯାଏ। ଏଥିସହ ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ସେମାନଙ୍କ ବନ୍ଦାପନା କରାଯାଏ ।

ad-week
Leave A Reply

Your email address will not be published.