ଇସ୍ରାଏଲ ଦୂତାବାସ ନିକଟରେ ଫୁଟିଲା ଗୁଳି, ଜଣେ ମୃତ, ୩ ପୁଲିସ ଆହତ

add-all

ଇସ୍ରାଏଲ ଦୂତାବାସ ନିକଟରେ ଫୁଟିଲା ଗୁଳି। ଏଥିରେ ଜଣେ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇତିବା ବେଳେ ୩ ପୁଲିସକର୍ମୀ ଆହତ ହୋଇଛନ୍ତି। ଜୋର୍ଡାନରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଏହି ଗୁଳିବିନିମୟ ହୋଇଛି।

ସୂଚନା ମୁତାବକ, ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ଜୋର୍ଡାନ ପୁଲିସ ରାଜଧାନୀ ଅମ୍ମାନରେ ଥିବା ଇସ୍ରାଏଲ୍ ଦୂତାବାସ ପରିସରକୁ ଘେରି ରହିଥିଲା। ଏହାପରେ ଆମ୍ବୁଲାନ୍ସ ମଧ୍ୟ ଦୂତାବାସ ଥିବା ଅଞ୍ଚଳରେ ପହଞ୍ଚିଥିଲା। ଏହାପରେ ପୁଲିସ ଟିମ୍‌ ଉପରେ ବନ୍ଧୁକଧାରୀମାନେ ଗୁଳିମାଡ଼ କରିଥିଲେ।

ପାଲଟା ଜବାବାରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ଜଣେ ବନ୍ଧୁକଧାରୀ ଟଳି ପଡିଥିବା ସୂଚନା ମିଳିଛି। ସେହିପରି ଗୁଳି ବିନିମୟରେ ତିନି ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ପୁଲିସ ଅନ୍ୟ ଅପରାଧୀଙ୍କୁ ଖୋଜୁଥିବାବେଳେ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ କହିଛି।

ଜୋର୍ଡାନର ୧୨ ମିଲିଅନ ନାଗରିକଙ୍କ ମଧ୍ୟରୁ ଅନେକ ପାଲେଷ୍ଟାଇନରୁ ଆସିଛନ୍ତି। ଏମାନେ ସେହି ବ୍ୟକ୍ତି ଯାହାର ବାପା-ମା’ଙ୍କୁ ୧୯୪୮ରେ ଇସ୍ରାଏଲର ନିର୍ମାଣ ବେଳେ ହୋଇଥିବା ଯୁଦ୍ଧରେ ବହିଷ୍କୃତ କରାଯାଇଥିଲା। ଏହାପରେ ସେମାନେ ଜୋର୍ଡାନକୁ ଆସିଯାଇଥିଲେ। ଏଥିପାଇଁ ଇସ୍ରାଏଲ ସହିତ ଜୋର୍ଡାନର ଶାନ୍ତି ଚୁକ୍ତିନାମାକୁ ଅନେକ ଲୋକ ବିରୋଧ ମଧ୍ୟ କରନ୍ତି।

ad-week
Leave A Reply

Your email address will not be published.