ଇସ୍ରାଏଲ ଉପରେ ୨୫୦ଟି ରକେଟ ମାଡ଼ କଲା ହେଜବୁଲ୍ଲା

add-all

କିଛି ଦିନ ପରେ ପୁଣି ଇସ୍ରାଏଲ ଏବଂ ହେଜବୁଲ୍ଲା ମୁହାଁମୁହିଁ। ଇସ୍ରାଏଲ ଉପରେ ୨୫୦ଟି ରକେଟ ମାଡ଼ କରିଛି ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା। ଇସ୍ରାଏଲ ହେଜବୁଲ୍ଲାର ଦକ୍ଷିଣ ବେରୁଟ ଅଞ୍ଚଳ ଉପରେ ଆକ୍ରମଣ କରିବା ପରେ ପାଲଟା ଜବାବ ଦିଆଯାଇଥିବା ଲେବାନନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଏହି ଆକ୍ରମଣରେ ୭ ଜଣ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଇସ୍ରାଏଲ ଏୟାର ଫୋର୍ସ ହେଜବୁଲ୍ଲାର ଏକାଧିକ ରକେଟକୁ ଖସାଇ ଦେଇଥିଲା। କିନ୍ତୁ କିଛି ରକେଟ ଇସ୍ରାଏଲ ଉପରେ ମାଡ଼ ହୋଇଛି। ଫଳରେ କେତେକ ଘର ଭାଙ୍ଗିଯିବା ସହ ୭ ଜଣ ଆହତ ହୋଇଛନ୍ତି।  

ଏନେଇ ଇସ୍ରାଏଲ ସୈନ୍ୟବାହିନୀଙ୍କ ପକ୍ଷରୁ ମଧ୍ୟ ନିଶ୍ଚିତ କରାଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ଇସ୍ରାଏଲ ଉପରେ ହେଜବୁଲ୍ଲା ୨୫୦ଟି ପ୍ରୋଜେକ୍ଟାଇଲ ଗୁଳି ମାଡ଼ କରିଛି। ସେପ୍ଟେମ୍ବର ୨୪ରେ ଇସ୍ରାଏଲ ହେଜବୁଲ୍ଲା ବିରୁଦ୍ଧରେ ଏୟାର ଷ୍ଟ୍ରାଇକ କରିବା ପରେ ଲେବାନନ ୩୫୦ଟି ରକେଟ୍ ଲଞ୍ଚ କରିଥିଲା।

ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଦୁଇଟି ଭିଡିଓ ପୋଷ୍ଟ କରି ହେଜବୁଲ୍ଲା ରକେଡ ମାଡ଼ ଉପରେ ସୂଚନା ଦେଇଛି। ରବିବାର ହେଜବୁଲ୍ଲାର ରକେଟ ତଳେ ଇସ୍ରାଏଲର ଲକ୍ଷାଧିକ ଲୋକ। ଗୋଟିଏ ଭିଡିଓରେ ଏକ ଘର ଉପରେ ରକେଟ୍ ମାଡ଼ କରୁ ଥିବାବେଳେ ଅନ୍ୟ ଭିଡ଼ିଓରେ ଏକ କାର୍ ଜଳି ଯାଇଛି। ହେଜବୁଲ୍ଲାକୁ ନିଶ୍ଚିତ ରୂପେ ହଟାଇବାକୁ ପଡ଼ିବ ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ କହିଛି। 

ad-week
Leave A Reply

Your email address will not be published.